ଝୁଲନ୍ତା ଅବସ୍ଥାରେ ମିଳିଲା ନବବଧୂଙ୍କ ମୃତଦେହ, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍):ଦେଢ଼ବର୍ଷରେ ସରିଗଲା ସଂସାର ସୁଖ। ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଏପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ହତ୍ୟା କରାଯାଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ମୃତକ ସୁଶ୍ରୀ ସଂଗୀତା ବସ୍ତିଆ। ଭୁବନେଶ୍ୱର ପାତ୍ରପଡ଼ାରେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦଙ୍କ ସହ ରହୁଥିଲେ ସୁଶ୍ରୀ।

ଗତକାଲି ରାତିରେ ସୁଶ୍ରୀ ରୁମ୍‌ କବାଟ ଭିତରୁ ବନ୍ଦ କରି ରସି ଲଗାଇ ଆତ୍ମହତ୍ୟା କରିଥିବା ସୁଶ୍ରୀଙ୍କ ଶାଶୁ କହିଛନ୍ତି। କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।