ସରିଲା ରତ୍ନଭଣ୍ଡାର ନିରୀକ୍ଷଣ ଓ ଯାଞ୍ଚ । ଏଏସଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ସରିଲା ଯାଞ୍ଚ ପରୀକ୍ଷଣ । ତିନିଘଣ୍ଟା ଧରି ପରୀକ୍ଷଣ ଚାଲିଥିଲା । ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ କରାଯାଇଛି । ଫିଜିକାଲ୍ ଯାଞ୍ଚ ବି ହୋଇଛି । କାନ୍ଥ ଓ ଚଟାଣ ଦେଖାହୋଇଛି । ଆହୁରି ରାଡାର ସର୍ଭେ ଆବଶ୍ୟକ । ଆଉଥରେ ସର୍ବେକ୍ଷଣ କରିବେ ।
ସର୍ବେକ୍ଷଣ ପରେ ରିପୋର୍ଟ ଦେବେ । ଏକ୍ସପର୍ଟ ମାନଙ୍କ ମତାମତ ନିଆଯିବ। ୧୭ ଜଣିଆ ଟେକ୍ନିକାଲ୍ କମିଟି ଓ ଏନଜିଆରଆଇ ଟିମ୍ ପ୍ରତିକ୍ରିୟା ଡକୁମେଣ୍ଟଟେସନ ହୋଇଛି । ଏନଜିଆରଆଇ ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ଲେଜର ସ୍କାନିଂ ରିପୋର୍ଟ ଖୁବଶୀଘ୍ର ଆସିବ। ଫିଜିକାଲ ଅନୁଧ୍ୟାନରୁ ସୁଡ଼ଙ୍ଗ ନେଇ କୌଣସି ସଂକେତ ମିଳି ନାହିଁ। ଜିପିଆରଏସ ସର୍ଭେ ପରେ ଚିତ୍ର ସ୍ପଷ୍ଟ ହେବ । ଏନଜିଆରଆଇ ଟିମ ଖୁବ ଶୀଘ୍ର ଜିପିଆରଏସ ସର୍ଭେ କରିବ ।