ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ଘଟଣା: ସେସୁକୁ ୧ କୋଟି ଟଙ୍କାର ଜରିମାନା ଲଗାଇଲା NGT

ଢେଙ୍କାନାଳ : କମଳାଙ୍ଗ ଗାଁରେ ୭ ହାତୀ ମୃତ୍ୟୁ ଘଟଣାରେ ସେସୁକୁ କୋଟିଏ ଟଙ୍କାର ଜରିମାନା ଦେବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ-NGTଙ୍କ ନିର୍ଦ୍ଦେଶ । ଏହି ଘଟଣାରେ ପର୍ଯ୍ୟବେକ୍ଷଣ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଢେଙ୍କାନାଳ ଯାଇ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ । ତଦନ୍ତ ପରେ ରିପୋର୍ଟ ଦେବାକୁ NGTଙ୍କ ନିର୍ଦ୍ଦେଶ ରହିଛି । କମଳାଙ୍ଗରେ ରାସ୍ତା ଉପରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନ ଯାଇଥିଲା । ସେ ଭିତରେ ୫ ଟି ମାଈ ହାତୀ ଥିଲେ । ହାତୀ ପଲରେ ମୋଟ ୧୩ ଟି ହାତୀ ଥିଲେ । ଦୁର୍ଘଟଣା ପରେ ଅନ୍ୟ ୬ଟି ହାତୀ ଜଙ୍ଗଲକୁ ପଳାଇଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତଦନ୍ତକାରୀ ଟିମ୍ର ନେତୃତ୍ୱ ନେଉଛନ୍ତି ଜଣେ କ୍ରାଇମବ୍ରାଞ୍ଚ ଡିଏସ୍ପି । ଏଭିତରେ କାର୍ଯ୍ୟରେ ଅବହେଳା ପାଇଁ ସେସୁର ମେରାମୁଣ୍ଡଳୀ ଜେଇଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ବିଦ୍ୟୁତ ଓ ବନ ବିଭାଗର ଅନ୍ୟ ୬ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।