ଜିଏମ୍‌ ଷ୍ଟିଲ କାରଖାନାକୁ NGT ଝଟକା, ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସ୍ଥିତ ଜିଏମ୍‌ ଆଇରନ ଏବଂ ଷ୍ଟିଲ କାରଖାନାକୁ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ଝଟକା । ପରିବେଶ ପ୍ରଦୂଷଣ ଅଭିଯୋଗ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହାର ତଦନ୍ତ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଏନଜିଟି । ଯେଉଁ କମିଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଢେଙ୍କାନାଳ ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଢେଙ୍କାନାଳ ବନପାଳ ଅଛନ୍ତି ।

ଏହି ଉଚ୍ଚସ୍ତରୀୟ କମିଟି କାରଖାନାକୁ ଅନୁଧ୍ୟାନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ସ୍ଥିତ ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲ ପ୍ଲାଣ୍ଟ ବିରୋଧରେ ଜାତୀୟ ଗ୍ରୀନ ଟ୍ରିବୁନାଲ ନିକଟରେ ଗତ ମାର୍ଚ୍ଚ ୨୯ ରେ ପିଟିସନ ଦାୟର ହୋଇଥିଲା । ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସୀମାନ୍ତ ଜେନା ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ଏହି ଅଭିଯୋଗ ଦାଖଲ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.