ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ, ରାସ୍ତା ଖରାପ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା

ଅନୁଗୁଳ : ବିପଦପୂର୍ଣ୍ଣ ପାଲଟିଛି ଅନୁଗୁଳରୁ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ ଜାତୀୟ ରାଜପଥ । ଟ୍ରାଫିକ ଅବ୍ୟବସ୍ଥା ଓ ବ୍ଲାକ ସ୍ପଟ୍ ଗୁଡିକର ଉପଯୁକ୍ତ ପରିଚାଳନା ଅଭାବ ଯୋଗୁଁ ଅନୁଗୁଳ-ମେରାମୁଣ୍ଡଳୀ ଶିଳ୍ପ ସହର ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ଏଠାରେ ବହୁ ବିଳମ୍ବରେ କଟକରୁ-ସମ୍ବଲପୁର ପର୍ଯ୍ୟନ୍ତ ଏବେ ଫୋର ଲେନିଂ ହେଉଛି । ନ୍ୟାସନାଲ ହାଇେଓ୍ଵ ଅଥରିଟି ଓ ସଂପୃକ୍ତ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ କାମ ମନ୍ଥର ହେଉଥିବା ଅଭିଯୋଗ ହୋଇଛି ।
ସେପଟେ ଶିଳ୍ପାଞ୍ଚଳ ହୋଇଥିବାରୁ ହଜାର ହଜାର କୋଇଲା ବୋଝେଇ ଟ୍ରକ ଓ ଭାରିଯାନ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଛି । ବେପରୁଆ ଗାଡ଼ିଚାଳନା ଯୋଗୁଁ ମଧ୍ୟ ଦୁର୍ଘଟଣା ବୃଦ୍ଧି ପାଉଛି । ଓଭର ବ୍ରିଜ୍ ଓ ବାଇପାସ ନଥିବାବେଳେ ବ୍ଲାକ୍ ସ୍ପଟର ଉପଯୁକ୍ତ ପରିଚାଳନା କରାଯାଉନାହିଁ । ଯାହାକୁ ନେଇ ଅନୁଗୁଳ ଜିଲ୍ଳାରେ ଦୁର୍ଘଟଣା ବୃଦ୍ଧି ପାଉଥିବା ଅଞ୍ଚଳବାସୀ କହିଛନ୍ତି । ୫୫ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।