ଦେବଗଡ: ଜାତୀୟ ରାଜପଥରେ ନିମ୍ନମାନର କାମକୁ ବିରୋଧ କଲେ ଗ୍ରମବାସୀ, ପ୍ରତିବାଦରେ NHAI କର୍ମଚାରୀ ଦେଲେ ଗାଳି

ଚିପ୍ସରେ କ୍ରସର୍‌ ଡଷ୍ଟ ଗୋଳାଇ କରାଯାଉଛି ରାସ୍ତା ମରାମତି । ଏହାକୁ ବିରୋଧ କରିବାରୁ ଗାଳି କରୁଛନ୍ତି ଏନଏଚଏଆଇ ବିଭାଗର କର୍ମଚାରୀ । ଘଟଣାଟି ଦେଖିବାକୁ ମିଳିଛି ଦେବଗଡର ଜାତୀୟ ରାଜପଥ ୪୯ ନିକଟରେ । ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଚିପ୍ସ ଏବଂ କ୍ରସର୍‌ ଗୁଣ୍ଡରେ ସେଗୁଡିକୁ ସମାନ କରୁଛନ୍ତି ଠିକା ସଂସ୍ଥା ଓରିଏଣ୍ଟାଲ୍‌ କନଷ୍ଟ୍ରକ୍ସନ୍‌ । ତେବେ ଠିକ୍‌ ଭାବରେ ପାଣି ଦିଆଯାଉନଥିରୁ ଏହି କ୍ରସର୍‌ ଗୁଣ୍ଡ ଯୋଗୁଁ ରାସ୍ତାରେ ଯିବା ଆସିବା କରୁଥିବା ଲୋକାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଯୁବକ ବିରୋଧ କରିବାରୁ ଏନଏଚଆଇ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଅନ୍ୟପଟେ ଏନେଇ ଏନଏଚଏଆଇର କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଯିବାରୁ କିଛି ନକହି ଚାଲିଯାଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.