ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ ଗିରଫ, ଓଡ଼ିଶା ପୋଲିସ ସହଯୋଗରେ ଗିରଫ କଲା NIA

ମାଲକାନଗିରି (କେନ୍ୟୁଜ): ଦୁର୍ଦ୍ଦାନ୍ତ ମାଓବାଦୀ ଖିଲ ରଞ୍ଜୁ ଓରଫ ଚାଣ୍ଟି ଗିରଫ। ମାଲକାନଗିରିରେ ଚାଣ୍ଟିକୁ ଗିରଫ କଲା ଏନଆଇଏ ଟିମ୍‌। ତା ନାଁରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଥିଲା ପୋଷ୍ଟର। NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା । ୪ ଜଣ ମାଓବାଦୀଙ୍କ ଉପରେ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଛି। ୪ ଜଣଙ୍କ ମଧ୍ୟରୁ ଜଣେମାତ୍ର ଓଡିଶାର। ଖିଲ ରଞ୍ଜୁ ଓରଫ ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ତାଘର ମାଲକାନଗିରି ଜିଲ୍ଲାର ପେପରମେଟଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା।

୨୦୧୨ ଜୁଲାଇ ମାସରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ ଘଟଣାରେ ସାମିଲ ଥିଲା। ଏଥିରେ ୪ଜଣ ଯବାନ ସହିଦ ହୋଇଥିଲେ। ଗତ ନିର୍ବାଚନ ସମୟରେ ମଧ୍ୟ ପୋଲିସ ଉପରକୁ ଆକ୍ରମଣ କରିଥିଲା। ଓଡ଼ିଶା ପୋଲିସ ସହାୟତାରେ ଚାଣ୍ଟିକୁ ଗିରଫ କରିଛି ଏନଆଇଏ।