ମାଲକାନଗିରି ଜିଲ୍ଲାରେ NIA ଟିମର ରେଡ୍, ମାଓବାଦୀଙ୍କୁ ବିସ୍ପୋରକ ସାମଗ୍ରୀ ଦେଉଥିବା ଅଭିଯୋଗ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ NIA ଟିମର ରେଡ୍। ମୋଟୁ ଥାନା ଅନନ୍ତପଲ୍ଲୀ ଗାଁରେ ଡେବିଡ଼ ରାଜୁ ଘରେ ଚଢ଼ାଉ କରୁଛି ଏନଆଇଏ । ଗତ ଜାନୁଆରୀ ମାସରେ ଡେବିଡ଼ ରାଜୁକୁ ଆନ୍ଧ୍ରର ଚିନ୍ତୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଡେବିଡ଼ ପେଶାରେ ଜଣେ ମାଛ ବ୍ୟବସାୟୀ । ମାଛ ବିକ୍ରି କରିବାକୁ ଯିବାବେଳେ ବାଇକରୁ ଡିଟୋନେଟର ଭଳି ବିସ୍ପୋରକ ସାମଗ୍ରୀ ଜବତ କରିଥିଲା ଆନ୍ଧ୍ରର ଚିନ୍ତୁର ପୋଲିସ । ତେବେ ମାଓବାଦୀଙ୍କୁ ଏହି ବିସ୍ପୋରକ ସାମଗ୍ରୀ ଦେଇ ସହଯୋଗ କରୁଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା ।
ଗିରଫ ପରେ ୬ ମାସ ଜେଲ କଟାଇ ଏବେ ଘରେ ଥିବା ବେଳେ NIA ଟିମ ରେଡ଼ କରିଛି । ଘରେ ଥିବା ଦାମୀ ଜିନିଷ କେଉଁଠୁ ଆସିଲା ଆଉ ମାଓବାଦୀଙ୍କ ସହ କି ସମ୍ପର୍କ ଅଛି କି ନାହିଁ ସେ ନେଇ ଡେବିଡ଼ଙ୍କୁ ଅଧିକ ପଚରା ଉଚୁରା କରିଥିଲେ। ମାଲକାନଗିରି ସହ ଛତିଶଗଡ଼ର ସୁକମା ସହରରେ ମଧ୍ୟ ଦୁଇଟି ସ୍ଥାନରେ ଚଢ଼ାଉ। ମାଓ କାର୍ଯ୍ୟକଳାପ ନେଇ ଚଢ଼ାଉ କରିଛି ହାଇଦ୍ରାବାଦ ର NIA ଟିମ ।
ସୁକମାର ଦୁଇ ବ୍ୟବସାୟୀ ଜଣେ ସପ୍ତାହିକ ବଜାରରେ ବ୍ୟବସାୟ କରୁଥିବା ବେଳେ ଆଉ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ। ଏମାନେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ସେହି ଦୁଇ ଜଣଙ୍କୁ ପୋଲିସ ଗତ ସେପ୍ଟେମ୍ବର ୨୬ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ଉଭୟଙ୍କ ବାସଭବନରେ NIA ଟିମ ରେଡ଼ କରୁଛି । ଆଜି ତାଙ୍କ ବାସଭବନରେ NIA ଟିମ ରେଡ଼ କରି ଅଧିକ ତଥ୍ୟ ଆଦାୟ କରିଛି।