ମାଲକାନଗିରି ଜିଲ୍ଲାରେ NIA ଟିମର ଚଢ଼ାଉ, ସୁକୁମା ସହରର ୨ଟି ସ୍ଥାନରେ ରେଡ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ NIA ଟିମର ଚଢ଼ାଉ । ମୋଟୁ ଥାନା ଅନନ୍ତପଲ୍ଲୀ ଗାଁରେ ଚଢ଼ାଉ । ମାଲକାନଗିରି ସହ ଛତିଶଗଡ଼ର ସୁକମା ସହରରେ ମଧ୍ୟ ଦୁଇଟି ସ୍ଥାନରେ ଚଢ଼ାଉ । ମାଓ କାର୍ଯ୍ୟକଳାପ ନେଇ ଚଢ଼ାଉ କରିଛି ହାଇଦ୍ରାବାଦର NIA ଟିମ ।

ସୁକମାର ଦୁଇ ବ୍ୟବସାୟୀ ଜଣେ ସପ୍ତାହିକ ବଜାରରେ ବ୍ୟବସାୟ କରୁଥିବା ବେଳେ ଆଉ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ ।  ଏମାନେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ଦୁଇ ଜଣଙ୍କୁ ପୋଲିସ ଗତ ସେପ୍ଟେମ୍ବର ୨୬ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଛି ।  ଆଜି ସେମାନଙ୍କ ବାସଭବନରେ NIA ଟିମ ରେଡ଼ କରି ଅଧିକ ତଥ୍ୟ ଖୋଳତାଡ଼ କରୁଛି ।