କୋଭିଡ ୧୯ ମୁକାବିଲା ପାଇଁ ସହାୟତା, ନିଆଳି ବ୍ଲକ ପଞ୍ଚାୟତ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ନିଆଳି (କେନ୍ୟୁଜ): ସାରା ବିଶ୍ବରେ କାୟା ବିସ୍ତାର କରିଛି କରୋନା। ଏହାକୁ ରୋକିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ। ଭାରତ ତଥା ଓଡ଼ିଶାରେ ମଧ୍ୟ ଯେଭଳି କରୋନା ମହାମାରୀ ଦିନକୁ ଦିନ କାୟା ମେଲାଇଛି ସାଧାରଣ ଜନତାଙ୍କ ଠାରୁ ଜୀବଜନ୍ତୁ ତ୍ରାହି ତ୍ରାହି ଡାକିଲେଣି। ଏପରି ସ୍ଥଳେ ଓଡ଼ିଶା କୋଭିଡ ୧୯ ରିଲିଫ ପାଣ୍ଠିକୁ ସହାୟତାର ହାତ ବିଭିନ୍ନ ଆଡୁ ଆସୁଛି। କଟକ ଜିଲ୍ଲା ନିଆଳି ବ୍ଲକର ୨୩ ଗୋଟି ପଞ୍ଚାୟତର ସରପଞ୍ଚ ୨୩ ହଜାର ଟଙ୍କା ଦାନ କରିଛନ୍ତି। ନିଆଳି ତହସିଲଦାର ବିଦ୍ୟାଧର ପତିଙ୍କ ଜରିଆରେ ଏକ ଡି.ଡି ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.