ସୁବର୍ଣ୍ଣପୁରର ନିଆଁ ମଡ଼ା ଯାତ୍ରା, ଜଳନ୍ତା ଅଙ୍ଗାର ଉପରେ ଚାଲନ୍ତି ଭକ୍ତ

ସୁବର୍ଣ୍ଣପୁର (କେନ୍ୟୁଜ୍) : ଜଳନ୍ତା ଅଙ୍ଗାର ଉପରେ ଚାଲୁଛନ୍ତି ଭକ୍ତ । ଏହା ଦେଖିବାକୁ ମିଳେ ସୁବର୍ଣ୍ଣପୁର ସହରର ଖଦାଳପଡା ଠାକୁରାଣୀ ଯାତ୍ରାରେ । ପ୍ରଥମେ ମହିଳା ବରୁଆ ଚାଲିବା ପରେ ଶହ ଶହ ଭକ୍ତ ନିଆଁ ଉପରେ ଚାଲିଥାନ୍ତି । ସୁବର୍ଣ୍ଣପୁର ସହରର ଖଦାଳ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ । କାହିଁ କେଉଁ କାଳରୁ ମା’ଙ୍କ ପୀଠରେ ପାଳିତ ହେଉଛି ନିଆଁ ମଡା ଯାତ୍ରା । କାର୍ତ୍ତିକ ପ୍ରତିପଦା ତିଥିରେ ଆରମ୍ଭ ହେଉଥିବା ଏହି ଯାତ୍ରାରେ ମହିଳା ବରୁଆମାନଙ୍କ ଶରୀରରେ ଦେବୀ ସବାର ହୁଅନ୍ତି । ପୂଜା ପାଠରେ ପ୍ରାଚୀନ ଲୋକବାଦ୍ୟ ଧୂନକେଲ ଓ ଢୋଲର ତାଳେ ତାଳେ ନାଚିଥାନ୍ତି ମହିଳା ବରୁଆମାନେ । ପରେ ନିଆଁ ଅଙ୍ଗାର ଉପରେ ଚାଲିଥାନ୍ତି ।
ସୁବର୍ଣ୍ଣପୁରର ଏହି ନିଆଁ ମଡା ଯାତ୍ରାକୁ କଇଁଫୁଲ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଏହି ନିଆଁରେ ଚାଲିଲେ ଲୋକଙ୍କ ଉପରେ କୌଣସି ବିପଦ ପଡେନାହିଁ ବୋଲି ବିଶ୍ୱାସ ରହିଛି । ତେଣୁ ମାନସିକ କରିଥିବା ଭକ୍ତମାନେ ଗୋଡ଼ ପୋଡ଼ିଯିବ ବୋଲି ନଡରି ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି ।
ଶହ ଶହ ବର୍ଷରୁ ଚାଲି ଆସୁଥିବା ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଖଦାଲ ସମ୍ପ୍ରଦାୟର ଲୋକେ