ସଂପର୍କରେ ଲାଗିଲା ଦାଗ : ଦାଦା କଲା ଝିଆରୀକୁ ଦୁଷ୍କର୍ମ

rapeବାଲେଶ୍ବର : କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ହଟସାହିରେ ସମ୍ପର୍କୀୟ ଦାଦା ଝିଆରିକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନାବାଳିକା ଜଣକ ଶୋଇଥିବାବେଳେ ଅଭିଯୁକ୍ତ ସୁବାଷ ଘର କବାଟ ଖୋଲି ନାବାଳିକାର ମୁହଁ ବନ୍ଦ କରି ବାହାରକୁ ଟେକିନେଇଥିଲା।

victim

ତେବେ ନାବାଳିକା ଜଣକ ଅଭିଯୁକ୍ତର ହାତକୁ କାମୁଡି ଚିତ୍କାର କରିବାରୁ ପରିବାରଲୋକେ ଉଠି ପଡିଥିଲେ। ଫଳରେ ସୁବାସ ତାକୁ ତଳେ କଚାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ନାବାଳିକାର ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତକୁ ଖୋଜୁଛି।

Leave A Reply

Your email address will not be published.