ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗିବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ଛତିଶଗଡ଼ରେ ସଂକ୍ରମଣ ଉପରମୁହାଁ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ତିନି ଶହ ପାର କରିଛି ଆକ୍ଟିଭ୍‌ କେସ୍‌ । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗିବ ନାଇଟ୍‌ କର୍ଫ୍ୟୁ ।

ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗିବ ରାତ୍ରିକାଳୀନ କଟକଣା । ଏବେ ଚେକିଂକୁ କଡ଼ାକଡ଼ି କରାଯାଉଛି । ଲୋକଙ୍କ ଯାଆସ ଉପରେ କଡ଼ା କଟକଣା ଲଗାଯାଇଛି। କୋଭିଡ୍‌ ନିୟମର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଚାଲୁ ରହିବ।

Leave A Reply

Your email address will not be published.