ମାଲକାନଗିରି ପରେ ଏହି ଜିଲ୍ଲାରେ ଆସନ୍ତାକାଲିଠୁ ନାଇଟ୍‌କର୍ଫ୍ୟୁ

ନବରଙ୍ଗପୁର(କେନ୍ୟୁଜ୍):  ମାଲକାନଗିରି ପରେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍‌କର୍ଫ୍ୟୁ । ଆସନ୍ତାକାଲିଠୁ ଲାଗି ହେବ ରାତ୍ରିକାଳୀନ କଟକଣା । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ । କରୋନା ସଂକ୍ରମଣ ବଢୁଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସାମାଜିକ କାର୍ଯ୍ୟକ୍ରମକୁ ନେଇ ଜାରି ହୋଇଛି କଟକଣା ।

ସମସ୍ତ ରାଜନୈତିକ ରାଲି, ସଭା ସମିତି ଉପରେ କଟକଣା ଜାରି କରିଛି ପ୍ରଶାସନ । ସେହିପରି ଯାତ୍ରା, ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି । କୋଭିଡ୍‌ ଗାଇଡଲାଇନର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.