ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରଖାଯିବ । ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ । ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ ଏନେଇ ସୂଚନା ଦେଇଛନ୍ତି ।
ଗୋଷ୍ଠୀ ସଂଘର୍ଷରେ ସଂପୃକ୍ତ ବ୍ୟକ୍ତି ପୋଲିସ ଆଗରେ ଆତ୍ମସମର୍ପଣ କରନ୍ତୁ । ଯେଉଁମାନଙ୍କ ସଂପୃକ୍ତି ନାହିଁ ସେମାନେ ଭୟମୁକ୍ତ ରୁହନ୍ତୁ ବୋଲି ବାଲେଶ୍ଵର ଏସପି କହିଛନ୍ତି । କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ଅପପ୍ରଚାର କରନ୍ତୁ ନାହିଁ । ଗତ ସପ୍ତାହେ ହେଲା ବିଭିନ୍ନ ଗୋଷ୍ଠୀଙ୍କ ସହ ଆଲୋଚନା କରାଯାଇଛି । ବିଭିନ୍ନ ୱାର୍ଡର ବୁଦ୍ଧିଜୀବୀ, କାଉନସିଲର ଓ ବିଧାୟକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ।
ବିଭିନ୍ନ ଅଞ୍ଚଳରେ ଶାନ୍ତି କମିଟି ଗଠିତ ହେବ,ବିଭିନ୍ନ ସମ୍ପ୍ରଦାୟ ବ୍ୟକ୍ତିବିଶେଷ , ବରିଷ୍ଠ ନାଗରିକ , ବୁଦ୍ଧିଜୀବୀଙ୍କୁ ସାମିଲ କରାଯିବ । ଯେଉଁ ଯେଉଁ ସ୍ଥାନରେ ଏଭଳି ଗଣ୍ଡଗୋଳ ଆଶଙ୍କା ରହିଛି ଭବିଷ୍ୟତରେ ଯେଭଳି ନହେବ ସେହି ସ୍ଥାନରେ ଶାନ୍ତି କମିଟି ଗଠନ ହେବ ।
ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂଘର୍ଷକୁ ନେଇ ୨୪ଟି ମାମଲା ରୁଜୁ ହୋଇଥିବା ବେଳେ ୯୧ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଗିରଫଙ୍କୁ ତଥ୍ୟ ଓ ପ୍ରମାଣ ସହ ଭିଡିଓଗ୍ରାଫି ଆଧାରରେ ଗିରଫ କରାଯାଇଥିବା ଏସପି କହିଛନ୍ତି ।