ରାଜ୍ୟ

ରାତିରେ ଉଡିବନି ବିମାନ, ଅକ୍ଟୋବର ପହିଲାରୁ ବନ୍ଦ ରହିବ ବିମାନସେବା

ଭୁବନେଶ୍ୱର (କେନ୍ୟୁଜ): ରାତିରେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ବିମାନ ଅବତରଣ ପାଇଁ କ୍ୟାଟ୍-୨ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆସନ୍ତା ଆକ୍ଟୋବରରୁ ଡିସେମ୍ବର ମାସ ପରଯ୍ୟନ୍ତ ରାତିରେ ୮ ଘଣ୍ଟା ବିମାନ ଚଲାଚଳ ବନ୍ଦ ରଖାଯିବ। ଏହି ସମୟରେ ରନୱେ ରିକାର୍ପେଟିଂ କାମ ମଧ୍ୟ ସମ୍ପାଦିତ ହେବ। ବର୍ତ୍ତମାନ ବିମାନବନ୍ଦରରେ କ୍ୟାଟ୍-୩ ଲାଇଟିଂ ବ୍ୟବସ୍ଥା ବ୍ୟବହାର ହେଉଥିବାବେଳେ ଖୁବଶୀଘ୍ର ଏଠାରେ କ୍ୟାଟ-୨ ଏୟାରଫିଲ୍ଡ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆସନ୍ତା ମାସ ପ୍ରଥମ ସପ୍ତାହରୁ କାମ ଆରମ୍ଭ ହେବ। ସେହିପରି ୭୨ କୋଟି ଟଙ୍କା ବ୍ୟୟରେ ରନୱେ ମରାମତି କାମ ମଧ୍ୟ ଆରମ୍ଭ ହେବ। ଦିଲ୍ଲୀ ଭଳି ବୃହତ ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ୟାଟ୍-୧ ଏୟାରଫିଲ୍ଡ ଲାଇଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ରନୱେ ଆଦୌ ଦୃଶ୍ୟମାନ ହେଉନଥିଲେ ସୁଦ୍ଧା ପାଇଲଟ୍ ବିମାନରେ ଅବତରଣ କରିପାରନ୍ତି। ଲାଇଟିଂ ସରଞ୍ଜାମ ଖଞ୍ଜିବା ଏବଂ ରନୱେ ମରାମତି ପାଇଁ ରାତି ୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ କିମ୍ବା ରାତି ୧୧ରୁ ସକାଳ ୮ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରଖାଯିବ ବୋଲି AAI ପକ୍ଷରୁ କୁହାଯାଇଛି।

 

Barsha

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

13 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

23 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

34 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago