କଲବଲ୍ କରୁଛି ଶୀତ, ୨୪ ଘଣ୍ଟା ଭିତରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଖସିବ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୯ ତାରିଖରୁ ବଢ଼ିବ ସର୍ବନିମ୍ନ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ଖସିବାର ସମ୍ଭାବନା ରହିଛି । ଏହାପରେ ୨ଦୁଇ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ । ତେବେ ୯ ତାରିଖରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ ।

ରାତି ତାପମାତ୍ରା ୨ ଡିଗ୍ରୀ ସେଲସିୟସରୁ ୪ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଶୀତ ଲହରୀ ଜାରି ରହିବ । ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।

 

 

Leave A Reply

Your email address will not be published.