ବଢ଼ିବ ଥଣ୍ଡା! ଶିମିଳିପାଳର ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ

ବାରିପଦା(କେନ୍ୟୁଜ୍):ପୁଣି ବଢ଼ିବ ଥଣ୍ଡା !। ରାଜ୍ୟରେ ରାତି ତାପମାତ୍ରା ଧିରେ ଧିରେ କମିବ। ପ୍ରାୟ ୩ରୁ ୫ ଡିଗ୍ରୀ ଯାଏ ତଳକୁ ଖସିବା ସହ ରାଜ୍ୟରେ ଅନେକ ସ୍ଥାନରେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସହ ଅନୁଭୂତ ହେଉଛି ଘନ କୁହୁଡି ।

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି। ଶୀତ ଓ କୁହୁଡି ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ସେପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ମଧ୍ୟ ଘନ କୁହୁଡି। ଘନ କୁହୁଡ଼ି ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକ । ସକାଳ ପ୍ରାୟ ୮ଟା ୩୦ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି ।

Leave A Reply

Your email address will not be published.