ଜୀବନବ୍ୟାପି ସ୍କୁଲକୁ ସୁରକ୍ଷା ଦେଇଥିଲେ ରାତ୍ରଜଗୁଆଳ, ଅବସର ବେଳେ ନାଚି ନାଚି ବିଦାୟ ଦେଲେ ସ୍କୁଲ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀ 

ଘଟଗାଁ(କେନ୍ୟୁଜ୍):  ଦୀର୍ଘ ୨୯ବର୍ଷ ଧରି ଯେଉଁ ବିଦ୍ୟାଳୟ ରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ ସେହି ବିଦ୍ୟାଳୟରୁ ଅବସର ଏବେ ଅବସର ନେଇଛନ୍ତି ସ୍କୁଲର ରାତ୍ରଜଗୁଆଳି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ରମେଶ ଚନ୍ଦ୍ର ବେହେରା ଦୀର୍ଘ ୨୯ବର୍ଷ ଧରି ସ୍କୁଲରେ ସମୟାନୁବର୍ତୀ ସରକାରୀ କର୍ମଚାରୀ ଭାବେ ସେବାପ୍ରଦାନ କରି ପ୍ରିୟଭାଜନ ହୋଇପାରିଥିଲେ।

ଚାକିରି ସମୟରେ ତାଙ୍କର ନମ୍ର ବ୍ୟବହାର ଓ ଆଜ୍ଞାନୁବର୍ତ୍ତିତା ପାଇଁ ସ୍କୁଲ ଶିକ୍ଷକ ,ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସମସ୍ତଙ୍କ ପାଇଁ ରମେଶ ପ୍ରଶଂସା ଭାଜନ ହୋଇପାରିଥିଲେ। ସେ ଜଣେ ତଳ କର୍ମଚାରୀ ହୋଇମଧ୍ୟ ତାଙ୍କୁ ବେସ ନିଆରା ଢଙ୍ଗରେ ବିଦ୍ୟାଳୟ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଅବସରକାଳୀନ ବିଦାୟ ଦେଇଛନ୍ତି। ଏହି ଦିନରେ ବାଜା ବଜାଇ ନାଚି ନାଚି ଛାତ୍ରଛାତ୍ରୀ ମାନେ ତାଙ୍କୁ ବିଦାୟ ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ଏଭଳି ଆଡ଼ମ୍ବରପୂର୍ଣ୍ଣ ଦୃଶ୍ୟହିଁ ବୟାନ କରୁଥିଲା ସ୍କୁଲ ପ୍ରତି ରମେଶଙ୍କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.