ବଡକୁଳ ପାନ୍ଥନିବାସରେ ଅଘଟଣ, କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ

ବାଲୁଗାଁ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥନିବାସରେରେ ଘଟିଛି ଅଘଟଣ । କାର୍ଯ୍ୟରତ ଥିବା ସମୟରେ ଅସ୍ଥାୟୀ ରାତ୍ର ଜଗୁଆଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଗତ ରାତ୍ରିରେ ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ବାରିକ ସାହିର ତପନ କୁମାର ଚିନରା ପ୍ରତିଦିନ ପରି ବଡକୁଳ ପାନ୍ଥନିବାସରେ ରାତ୍ର ଡ୍ୟୁଟି କରୁଥିଲେ । ହେଲେ ଭୋର ପ୍ରାୟ ସାଢେ ୪ ଟା ସମୟରେ ପାନ୍ଥନିବାସ ମ୍ୟାନେଜର ସବ୍ୟସାଚୀ କର ତପନଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଫଳରେ ତୁରନ୍ତ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।