ଜାମୁଡୋଲି ପଞ୍ଚାୟତ ସରକାରୀ ହୋମିଓପାଥି ମେଡିକାଲରେ ଅବ୍ଯବସ୍ଥା, ଡାକ୍ତର ନଥିବାରୁ ଡାକ୍ତରଖାନା ଚଳାଉଛନ୍ତି ନାଇଟ ୱାଚ୍‌ମ୍ୟାନ୍

ଆଠମଲ୍ଲିକ: ରାତି ଜଗୁଆଳି ହାତରେ ଡାକ୍ତରଖାନା। ଡାକ୍ତର ନଥିବାରୁ ଡାକ୍ତରଖାନା ଚଳାଉଛନ୍ତି ନାଇଟ ୱାଚ୍‌ମ୍ୟାନ। ଆଠମଲ୍ଲିକ ଠାରୁ ୨୦ କିମି ଦୂର ଜାମୁଡୋଲି ପଞ୍ଚାୟତ ସରକାରୀ ହୋମିଓପାଥି ଡାକ୍ତରଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୧୯୭୮ ମସିହାରେ ଏହି ସରକାରୀ ହୋମିଓପାଥି ଡାକ୍ତରଖାନା ଖୋଲିଥିଲା। ୨୦୦୨ ମସିହା ପର୍ଯ୍ୟନ୍ତ ନିୟମିତ ଡାକ୍ତର ରହୁଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥାୟୀ ଡାକ୍ତର ନିଯୁକ୍ତ ହୋଇନଥିଲେ।

କିଶୋରନଗର ବ୍ଲକ ସଂଜମୁରା ଠାରେ ନିଯୁକ୍ତ ଡାକ୍ତର ଆମ୍ବସରମୁଣ୍ଡା ଓ ଜାମୁଡୋଲି ହୋମିଓପାଥି ଡାକ୍ତରଖାନା ଦାୟିତ୍ୱରେ ଥିବା ବେଳେ ସେ କେବଳ ପ୍ରତି ଶନିବାର ଦିନ ଏଠାକୁ ଆସନ୍ତି ବୋଲି କହିଛନ୍ତି ରାତି ଜଗୁଆଳି। ତେବେ ଡାକ୍ତର ଶନିବାର ମଧ୍ୟ ଆସନ୍ତି ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଦୀର୍ଘ ୧୬ବର୍ଷ ଧରି ସ୍ଥାୟୀ ଡାକ୍ତର ନଥିବାରୁ ଅଞ୍ଚଳବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ବୋଲି ଅଭିଯୋଗ କରି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.