କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ନିହାର ରଞ୍ଜନ ମହାନନ୍ଦ

ହାତ ଛାଡିଲେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ନିହାର। ଦଳର ସଭାପତି ମଲ୍ଲିକାଜୁନ ଖର୍ଡଗେଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର ।

ଭୁବନେଶ୍ୱର (କେନ୍ୟୁଜ୍‌) : ହାତ ଛାଡିଲେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ନିହାର। ଦଳର ସଭାପତି ମଲ୍ଲିକାଜୁନ ଖର୍ଡଗେଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର । ଇସ୍ତଫା ପତ୍ରର ନକଲ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ମଧ୍ୟ ପଠାଇଛନ୍ତି । ରାଜ୍ୟରେ ୧୩ଟି ଜିଲ୍ଲା ସଭାପତି ପରିବର୍ତ୍ତନ ହୋଇଥିବା ବେଳେ ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସ୍ଥାନରେ ହରଦୀପ ସିଂଙ୍କ ନାମ ଘୋଷଣା ହୋଇଥିଲା । ୨୦୦୯ ମସିହାରେ କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ ନିହାର ରଞ୍ଜନ ମହାନନ୍ଦ । ୨୦୧୯ ମସିହା ଠାରୁ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନାହାନ୍ତି ନିହାର।