ଜଗତସିଂହପୁର (କେନ୍ୟୁଜ୍) : ଜେଲ ଗଲା ଖୁନୀ ବୟଫ୍ରେଣ୍ଡ। ଜଗତସିଂହପୁରରେ ନର୍ସ ନିହାରିକା ପାତ୍ର ହତ୍ୟାର ଅଭିଯୁକ୍ତ କିଶୋର ଅଞ୍ଚଳ ଓରଫ ରାଜାକୁ ଆଳିପିଙ୍ଗଳ ଜେଲକୁ ପଠାଯାଇଛି। ଗତକାଲି ରାଜାକୁ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ରାଜାକୁ ୫ ଦିନିଆ ରିମାଣ୍ଡରେ ଆଣିବ ବିରିଡ଼ି ଥାନା ପୋଲିସ। ସୋମବାର ରିମାଣ୍ଡ ପାଇଁ ଆବେଦନ କରାଯିବ। କାହିଁକି ଓ କେମିତି ହତ୍ୟା କଲା ? କେଉଁ କାରଣ ପାଇଁ ଦୁଇ ଜଣଙ୍କ ଭିତରେ ମନାନ୍ତର ଓ ମତାନ୍ତର ଚାଲିଥିଲା? କେବଳ ପ୍ରେମ ଓ ବାହାଘର କାରଣରୁ ହତ୍ୟାକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି? ‘କମ୍ ରୋଜଗାର ହତ୍ୟାର ଅନ୍ୟ ଏକ କାରଣ ବୋଲି ପୋଲିସ କହିଛି।
ଯେଉଁ କାରଣ ପାଇଁ ସେ ନିହାରିକାଙ୍କୁ ସବୁଦିନ ପାଇଁ ରାସ୍ତାରୁ ଆଉଟ୍ କରିଦେଲା? ରାଜା ମାନିଛି, ସେ ଏକାକୀ ହତ୍ୟା କରିଛି। କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ନିଜ ସାଙ୍ଗ ଘରେ ନିହାରିକାକୁ ହତ୍ୟା କରିବା ପରେ ବାଇକରେ ଆଣି ଜଗତସିଂହପୁର ବିଲୁଆଖାଇ ନଦୀରେ ମୃତଦେହକୁ ଫିଙ୍ଗି ଦେଇଥିଲା ରାଜା। ହତ୍ୟାକାଣ୍ଡରେ ତାକୁ କେହି ସହଯୋଗ କରିଛନ୍ତି କି? ଏଯାଏଁ କେଉଁଠି ଲୁଚିଥିଲା? ରାଜାକୁ ରିମାଣ୍ଡରେ ନେଇ ଏସବୁ ଦିଗରେ ଖୋଳତାଡ କରିବ ପୋଲିସ। । ‘ରାଜା ନିକଟରୁ ବାଇକ୍ ଓ ମୋବାଇଲ ମଧ୍ୟ ଜବତ ହୋଇଛି। ଗତ ୮ ତାରିଖରେ ନିହାରିକାଙ୍କୁ ହତ୍ୟା କରିଥିଲା ରାଜା। ୧୦ ଦିନ ପରେ ବିଲୁଆଖାଇ ନଦୀପଠାରୁ ଉଦ୍ଧାର ହୋଇଥିଲା ମୃତଦେହ।