ଖୋଲିବ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାର ଗୁମର, ବୟଫ୍ରେଣ୍ଡ ରାଜାକୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ପୋଲିସ

କଟକ: ନର୍ସ ନିହାରିକା ପାତ୍ର ରହସ୍ୟଜନକ ହତ୍ୟାକାଣ୍ଡ ଉପରୁ ଖୋଲିବ ଗୁମର । ସତ ଓଗାଳିବ ବୟଫ୍ରେଣ୍ଡ୍‌ । କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍‌ ରାଜାକୁ ଗୋଡାଇ ତୋଡାଇ ଜେରା କରୁଛି ବିରିଡ଼ି ପୋଲିସ । ତାକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ହତ୍ୟାକାଣ୍ଡର ପ୍ରକୃତ କାରଣ କଣ? କେଉଁଠି ହତ୍ୟା କରାଯାଇଥିଲା ? ମୃତଦେହ ବିଲୁଆଖାଇ ନଦୀ ପଠାକୁ ଆସିଲା କେମିତି ? ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ କି? ଶେଷ ଥର କାହା ସହିତ ଫୋନରେ କଥା ହୋଇଥିଲେ ନିହାରିକା ? ମୋବାଇଲ୍‌ ଫୋନ୍‌ ଗଲା କୁଆଡ଼େ ? ଏସବୁ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଅଧିକ ଜେରା ପାଇଁ ରାଜାକୁ ରିମାଣ୍ଡରେ ନେଇପାରେ ପୋଲିସ। ସେପଟେ ପୁଅକୁ ନିହାରିକା ହତ୍ୟାରେ ଫସାଇ ଦିଆଯାଇଥିବା କହିଛନ୍ତି ରାଜାଙ୍କ ମା। ଗତକାଲି ହଠାତ ରାଜା ଘରକୁ ଆସିବା ପରେ ସେ ପୁଅକୁ ଆତ୍ମସମର୍ପଣ କରିବାକୁ କହିଥିଲେ। ପୁଅକୁ ନେଇ ଥାନାକୁ ଯାଉଥିବା ବେଳେ ହାଜିପୁର ଠାରେ ପୋଲିସ ରାଜାଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା ବୋଲି କହିଛନ୍ତି ତାଙ୍କ ମା’। ନିହାରିକା ହତ୍ୟା ନେଇ ପୁଅ ସହ କିଛି କଥା ହୋଇନଥିବା ସେ କହିଛନ୍ତି।

 

Leave A Reply

Your email address will not be published.