ମହାନଦୀ ଘାଟ ସ୍ଵଛତା ନେଇ ଜନ ଜାଗରଣ ସୃଷ୍ଟି କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ସମ୍ବଲପୁର : ନିଜ ବ୍ୟସ୍ତ ବହୁଳ କାର୍ଯ୍ୟରୁ ଜନସେବା ପାଇଁ କିଛି ସମୟ ବାହାର କରି ମହାନଦୀ ଘାଟ ସ୍ଵଛତା ନେଇ ଜନ ଜାଗରଣ ସୃଷ୍ଟି ପାଇଁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ପ୍ରୟାସ କରାଯାଇଛି । ସଦା ସର୍ବଦା ଲୋକଙ୍କ ସୁରକ୍ଷା ତଥା ସେବା କାର୍ଯ୍ୟରେ ନିୟୋଜିତ ରହୁଥିବା ଗୃହରକ୍ଷୀ ମାନେ ଆଜି ସମ୍ବଲପୁର ସହରର ମହାନଦୀର ଅଯୋଧ୍ୟା ଘାଟରେ ଏକତ୍ରିତ ହୋଇ ସମାଜକୁ ମହାନଦୀ ଘାଟର ସ୍ଵଛତା ତଥା ପରିଚ୍ଛନତା ନେଇ ନିଜେ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରିଥିଲେ।

ଆଗକୁ ଛଟ ପୂଜା ପାଇଁ ମହାନଦୀ ଘାଟକୁ ସ୍ଵଛତାର ଆବଶ୍ୟକତା ଥିବା ବେଳେ ମହାସଂଘର ସବୁ ସଭ୍ୟ ସଭ୍ୟା ମାନେ ଏକତ୍ରିତ ହୋଇ ଏହି ସଫେଇ କାର୍ଯ୍ୟ କରି ସମାଜ କୁ ସ୍ଵଛତା ବାର୍ତ୍ତା ଦେଇଥିଲେ । ସଦା ସର୍ବଦା ଲୋକଙ୍କ ସୁରକ୍ଷାରେ ନିୟୋଜିତ ଗୃହରକ୍ଷୀ ସଙ୍ଘର ଏଭଳି ପ୍ରୟାସ କୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।  ଆଗକୁ ଜନସେବା ଉଦେଶ୍ୟରେ ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ କରାଯିବ ବୋଲି ମହାସଂଘ ଜିଲ୍ଲା ଶାଖା ପକ୍ଷରୁ ସୂଚନା ଦିଆଯାଇଛି ।

You might also like