ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା , ପୋଲିସ ନିକଟରେ ହାଜର ହେବା ପାଇଁ ସମୟ ମାଗିଲେ ଶାଶୂ ଓ ଶ୍ୱଶୁର

କଟକ(କେନ୍ୟୁଜ୍) : ନିକିତା ମୃତ୍ୟୁ ମାମଲାରେ ପୋଲିସ ନିକଟରେ ହାଜର ହେବା ପାଇଁ ସମୟ ମାଗିଲେ ତାଙ୍କ ଶାଶୂ ଓ ଶ୍ୱଶୁର। କମିସନରେଟ ପୋଲିସ ସେମାନଙ୍କ ବିରୋଧରେ ଲଟକା ଜାରି କରିବା ପରେ ଅସୁସ୍ଥ ଥିବା ଦର୍ଶାଇ ହାଜର ହେବା ପାଇଁ ୧୫ରୁ ୨୦ ଦିନ ସମୟ ମାଗିଛନ୍ତି। ସୁସ୍ଥ ହେବା ପରେ ସେମାନେ ପୋଲିସ ନିକଟରେ ହାଜର ହୋଇ ବୟାନ ଦେବେ ବୋଲି ଲଟକାର ଜବାବ ଦେଇଛନ୍ତି। ଗତ ୫ତାରିଖରେ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟିଥିଲା। ୮ତାରିଖରେ ନିକିତାଙ୍କ ସ୍ୱାମୀ ଲିପନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିସନରେଟ ପୋଲିସ। ଏହି ମାମଲାରେ ତାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ହାଜର ହୋଇ ବୟାନ ରଖିବା ପାଇଁ ଦୁଇ ଦୁଇଥର ନୋଟିସ ଜାରି କରିଥିଲା ପୋଲିସ। ତେବେ ସେମାନେ ଏହାର କୌଣସି ଜବାବ ନରଖିବାରୁ ୧୨ତାରିଖରେ ଲଟକା ଜାରି ହୋଇଥିଲା।