ଆସିଲା ଓଲିଉଡ ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ , ଉଚ୍ଚସ୍ଥାନରୁ ତଳକୁ ପଡ଼ି ହୋଇଛି ମୃତ୍ୟୁ

କଟକ(କେନ୍ୟୁଜ୍) : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ। ଉଚ୍ଚସ୍ଥାନରୁ ତଳକୁ ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଗତକାଲି ନିକିତା ମୃତ୍ୟୁ ମାମଲାରେ ଗିରଫ ସ୍ୱାମୀ ଲିପନଙ୍କୁ ଚୌଦ୍ୱାର ସର୍କଲ ଜେଲକୁ ପଠାଇ ଦିଆଯାଇଛି। ନିକିତାଙ୍କ ବାପା ସନାତନ ବେହେରା ଝିଅକୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ସନାତନ ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ ଆଣିଥିଲେ। କଟକ ମହାନଦୀବିହାର ସ୍ଥିତ ତାଙ୍କ ବାପା ଘରେ ଥିବା ବେଳେ, ନିକିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନିକିତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.