‘କାଲିର ଅତୀତ’ ଓଡ଼ିଆ ଚଳଚିତ୍ରକୁ ଜାତୀୟ ପୁରସ୍କାର, ନୀଳମାଧବ ପଣ୍ଡାଙ୍କୁ ମିଳିଲା ନ୍ୟାସନାଲ ଫିଲ୍ମ ଆୱାର୍ଡ

କେନ୍ୟୁଜ୍(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କୁ ନ୍ୟାସନାଲ ଫିଲ୍ମ ଆୱାର୍ଡ। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଚଳଚିତ୍ର କାଲିର ଅତୀତକୁ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଭାବେ ଜାତୀୟ ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସମୁଦ୍ର ଗର୍ଭରେ ଲୀନ ହୋଇଥିବା କେନ୍ଦ୍ରାପଡ଼ାର ସାତଭାୟା ଗାଁକୁ ନେଇ କାଲିର ଅତୀତ ଚଳଚିତ୍ର ନିର୍ମିତ ହୋଇଛି।

ଜାତୀୟ ପୁରସ୍କାର ଲାଭ କରି ସେ ବେଶ ଖୁସି ପ୍ରକାଶ କରିବା ସହ କାଲିର ଅତୀତ ସିନେମା ଲୋକଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନ କରିବ ବୋଲି ସେ ଆଶା ରଖିଛନ୍ତି। ନୀଳମାଧବ ପଣ୍ଡାଙ୍କ ସହ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଭାବେ ସବ୍ୟସାଚୀ ମହାପାତ୍ରଙ୍କ ଶଳାବୁଢାର ବଦଲା ମଧ୍ୟ ଜାତୀୟ ପିଲ୍ମ ପୁରସ୍କାର ଲାଭ କରିଛି। ଏହା ସହ ପୁରୀର ସାହିଯାତ ଉପରେ ନିର୍ମିତ ଶ୍ରୀକ୍ଷେତ୍ରରୁ ସାହିଯାତକୁ ନନ୍‌ ଫିଚର କାଟାଗୋରୀ କ୍ଷେତ୍ରରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.