ଭିଜିଲାନ୍ସ ପଞ୍ଝାରେ ନୀଳଗିରି ଉପ ଜିଲ୍ଲାପାଳ, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢାଉ

ନୀଳଗିରି : କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ  । ମୟୁରଭଞ୍ଜ ସୁଳିଆପଡା ପୂର୍ବତନ ବିଡ଼ିଓ ତଥା ନୀଳଗିରି ଡେପୁଟି କଲେକଟର ପରୀକ୍ଷିତ ଜେନାଙ୍କର ଘରେ ଯାଞ୍ଚ କରୁଛି ଭିଜିଲାନ୍ସ।  ପରିକ୍ଷୀତଙ୍କ ନୀଳଗିରି ବାଲିଗୋହିରୀ ସ୍ଥିତ ଭଡା ଘର ସହ ବିଭିନ୍ନ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ । ଏକ କୋଟିରୁ ଅଧିକ ଟଙ୍କା ହଡପ ମାମଲାରେ ହେଉଛି ରେଡ୍ । ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ-OMBADCର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା ।

ପରୀକ୍ଷିତ ଜେନା ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦ ବ୍ଲକର ବିଡିଓ ଥିବା ସମୟରେ, ୧ କୋଟି ୧ ଲକ୍ଷ ୩ ହଜାର ୨୧୫ ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିଲା। ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ, ସୁଳିଆପଦାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ଏହି ହେରଫେର ହୋଇଥିବା ଅଭିଯୋଗ ହୋଇଛି। କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନ ହୋଇ ଟଙ୍କା ଉଠାଯାଇଛି। ଅଭିଯୋଗ କେତେ ସତ ଏବଂ ପ୍ରମାଣ ଖୋଜିବାକୁ ଭିଜିଲାନ୍ସ ଚଢାଉ ହେଉଛି। ଭିଜିଲାନ୍ସର ୬ ଜଣିଆ ଟିମ୍ ବଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି। ଟିମ୍ ରେ ଅଛନ୍ତି ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି , ୬ ଇନସ୍ପେକ୍ଟର ଓ ୭ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.