ନନ୍ଦନକାନନରେ ଅସୁସ୍ଥ ଥିବା ନୀଳଗିରି ହନୁମାଙ୍କଡ଼ର ମୃତ୍ୟୁ

ଭୁବନେଶ୍ବର : ଆଜି ସକାଳୁ ଭୁବନେଶ୍ବର ବାରଙ୍ଗ ସ୍ଥିତ ନନ୍ଦନକାନନରେ ଅସୁସ୍ଥ ଥିବା ଗୋଟାଏ ନୀଳଗିରି ହନୁମାଙ୍କଡ଼ର ମୃତ୍ୟୁ ଘଟିଛି। ଏହି ୫ ବର୍ଷିୟ ବାନରଟି ଘୂର୍ଣ୍ଣିବାତ୍ୟା ‘ଫନି’ ପରେ ପରେ ରୋଗରେ ପୀଡ଼ିତ ହୋଇଥିଲା। ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ଆଜି ତାର ମୃତ୍ୟୁ ହୋଇଛି ।  ତେବେ ଶବ ବ୍ୟବଚ୍ଛେଦ ପରେ ତା’ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସୂଚନା ଅନୁଯାୟୀ ବନ୍ଦାଲୁରସ୍ଥିତ ଅରିଗନାର ଚିଡ଼ିଆଖାନାରୁ ୨୦୧୭ ମସିହା ସେପ୍ଟେମ୍ବର ୨୦ ତାରିଖ ଦିନ ହଳେ ନୀଳଗିରି ବାନରଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ଏବେ ନନ୍ଦନକାନନରେ ଗୋଟିଏ ମାତ୍ର ମାଈ ନୀଳଗିରି ବାନର ରହିଲା।

Leave A Reply

Your email address will not be published.