ମୁରିବାହାଲ ବ୍ଲକ ମୁଖ୍ୟାଳୟରେ ୯ଟିକିଆ ହାତୀପଲଙ୍କ ଉପଦ୍ରବ

ବଲାଙ୍ଗୀର : କିଛି ଦିନର ନୀରବତା ପରେ ପୁଣି ମୁରିବାହାଲକୁ ଫେରିଛନ୍ତି ହାତୀପଲ। ଗତ ରାତିରେ ମୁରିବାହାଲ ବ୍ଲକ ମୁଖ୍ୟାଳୟରେ ହାତୀ ଆତଙ୍କ ୯ଟିକିଆ ହାତୀପଲ କରୁଛନ୍ତି ଉତ୍ପାତ ମଚାଇଛନ୍ତି । ଲୋକଙ୍କ ଗଚ୍ଛିତ ଧାନ,ପନିପରିବା ଚାଷ ନଷ୍ଟ କରୁଛନ୍ତି । ମୁରିବାହାଲ ଗାଁ ର ପ୍ରଫୁଲ ବଘାରଙ୍କ ଘର ପଟୁ ଯାଇ ପ୍ରାୟ ୭୦ରୁ ୮୦ବସ୍ତା ଧାନ ଖାଇ ଦେଇଛନ୍ତି।
ହାତୀପଲ ରାତିସାରା ମୁରିବାହାଲ ଅଂଚଳରେ ନଷ୍ଟ କରିବା ପରେ ଆଜି ସକାଳୁ ମୁରିବାହାଲ ରେଞ୍ଜ ପଙ୍ଗନିଆରୁ ସୁକୁନାପଡ଼ର ହୋଇ ଚାଉଳଶୁଖା ପାଖ ଜଙ୍ଗଲରେ ଅଛି। ମୁରିବାହାଲ ବନ ବିଭାଗ ହାତୀପଲଙ୍କୁ ଘଉଡ଼ାଇବା ପାଇ ପ୍ରୟାସ ଜାରି ରଖିଛନ୍ତି। ହାତୀପଲ କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।
କିଛିଦିନ ତଳେ ଭଞ୍ଜନଗରରେ ହାତୀ ଆତଙ୍କ ଦେଖାଯାଇଥିଲା । ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ୨ ଆହତ ହୋଇଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ, ମୁଜାଗଡ ବନାଞ୍ଚଳ ସରପଡ଼ାରେ ଗାଁରେ ଘଟିଥିଲା ଘଟଣା । ଘରେ ସମସ୍ତେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।