ଯୌତୁକ ପାଇଁ ୯ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ

ରାଜନଗର : ଯୌତୁକ ପାଇଁ ୯ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ମହିଳା ହେଉଛନ୍ତି ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା । ଏନେଇ ରାଜନଗର ଥାନା ରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପଘର ଲୋକ ।

ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ କରୁଛି ପୋଲିସ୍ । ସେପଟେ କଳ୍ପନାଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଥିବା ସୂଚନା ମିଳିଛି । କଳ୍ପନା ଗତବର୍ଷ ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକ ଝିଅକୁ ନିର୍ଯାତନା ଦେଇ ଆସୁଥିବା କହିଛନ୍ତି ବାପଘର ଲୋକ ।

ଆହୁରି ପଢନ୍ତୁ: ପୁଣି ବଧୂ ହତ୍ୟା ଅଭିଯୋଗ, ବିବାହର ୩ବର୍ଷ ଭିତରେ ଆଖିବୁଜିଲେ ମହିଳା