ହାଇକୋର୍ଟରେ ଦୁର୍ଗାପୂଜା ମାମଲା: କେବଳ କଟକରେ ହୋଇଥିବା ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା ଅନୁମତି

କଟକ : ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଅନ୍ତ । କେବଳ କଟକ ସହରରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ସେଗୁଡ଼ିକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ ଏସବୁ ମୂର୍ତ୍ତିର ବିସର୍ଜନ ପାଇଁ ପଦକ୍ଷେପ ଗ୍ରହଣ କରିବେ ପ୍ରଶାସନ । ଏହା ସହ ପୁରୀର ଗୋସାଣୀ ପୀଠରେ ମଧ୍ୟ ଅଧିକ ଉଚ୍ଚତାର ମୂର୍ତ୍ତି କରିଥିବା ବେଳେ ସେହି କମିଟି ଏ ସମ୍ପର୍କରେ ପ୍ରଶାସନକୁ ଆବେଦନ କରିବେ ଓ ପୁରୀ ଜିଲ୍ଲା ପ୍ରଶାସନ ସେ ନେଇ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଏହି ନିର୍ଦ୍ଦେଶନାମା କେବଳ ହାଇକୋର୍ଟକୁ ଆସିଥିବା ୯ଟି ପୂଜା କମିଟି ପାଇଁ ଉଦ୍ଦିଷ୍ଟ । ଏହା ବ୍ୟତୀତ ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାର ଜାରୀ କରିଥିବା ଗାଇଡ଼ ଲାଇନ ଅନୁଯାୟୀ ସାରା ରାଜ୍ୟରେ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତ ଶୁକ୍ରବାର ଏହି ମାମଲାର ଶୁଣାଣି କରି କେତୋଟି ପୂଜା କମିଟି ଅଧିକ ଉଚ୍ଚତାର ମୂର୍ତ୍ତି ର୍ନିମାଣ କରିଛନ୍ତି, ସେ ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ।

Kolkataମୂର୍ତ୍ତି ର୍ନିମାଣ କାର୍ଯ୍ୟ, ରଙ୍ଗ କାମ ଓ ପୂଜା ପାଇଁ ଅନ୍ୟକାମ ଜାରି ରହିବ ବୋଲି କହିଥିଲେ ହାଇକୋର୍ଟ । ଆଜି ଆଡଭୋକେଟ ଜେନେରାଲ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିଥିଲେ । ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ରୁଜୁ ସମସ୍ତ ମାମଲାରେ ହାଇକୋର୍ଟ ଅନ୍ତ ଘଟାଇବା ସହ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ନଭେମ୍ବର ମାସରେ ସମସ୍ତ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.