ଓଡ଼ିଆ ଝିଅର ଦମ୍‌, ୯ ବର୍ଷ ବୟସର ଆରାଧ୍ୟା ୬ ଦିନରେ ଚଢ଼ିଲେ ୬ଟି ଗିରିଶୃଙ୍ଗ

ଭୁବନେଶ୍ୱର : ନଅ ବର୍ଷର ଓଡ଼ିଆ ଝିଅର କମାଲ । ଯିଏ କି ଛଅ ଦିନ ଭିତରେ ୬ଟି ପର୍ବତ ଶୃଙ୍ଗରେ ପାଦ ଦେଇ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଅରାଧ୍ୟା ଜେନା । ଗତ ୧୭ରୁ ୨୨ ତାରିଖ ଭିତରେ ଆରାଧ୍ୟା ଏହି ଦୁଃସାହସିକ ଟ୍ରେକିଂ କରିଛନ୍ତି ।

ଆରାଧ୍ୟା ହେଉଛନ୍ତି ପର୍ବତାରୋହଣକାରୀ ଗଣେଶ ଜେନାଙ୍କ ଝିଅ । ଯିଏକି ଏଭରେଷ୍ଟ ଶୃଙ୍ଗକୁ ସଫଳତାର ସହ ଆରୋହଣ କରିଛନ୍ତି । ନିଜ ବାପାଙ୍କ ଠାରୁ ପ୍ରେରଣା ପାଇ ଏହି ଚତଚର୍ଥ ଶ୍ରେଣୀ ଛାତ୍ରୀ ଯିଶପା, ବରଲାଚଲ, ଭରତପୁର ବେସ୍‌ କ୍ୟାମ୍ପ, ୟୁନୁମ ଆଡଭାନସ ବେସ୍‌କ୍ୟାମ୍ପ, ସାରଚୁ, ବାରାଲଥଲାକୁ ଅରୋହଣ କରିଥିଲେ । ତାଙ୍କ ସହ ଏସବୁ ଜାଗାକୁ ବାପା ଗଣେଶ ଜେନା ମଧ୍ୟ ଯାଇଥିଲେ । ଆରାଧ୍ୟାଙ୍କ ଏହି ସଫଳତା ଦେଶରେ ରେକର୍ଡ଼ ସୃଷ୍ଟି କରିବ । ଜଣେ ସର୍ବକନିଷ୍ଠ ପର୍ବତାରୋହୀ ଭାବରେ ୬ ଦିନରେ ୬ଟି ଶିଖର ଛୁଇଁବା କିଛି କମ୍‌ ବଡ଼ ସଫଳତା ନୁହେଁ ।

ARADHYA-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.