ଚଳିତ ବର୍ଷ ବି ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ : ସମୀର ଦାଶ

ଭୁବନେଶ୍ବର: କୋଭିଡ୍ ପ୍ରଭାବରୁ ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍। ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ। ସିଲାବସ୍ ହ୍ରାସ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଅନଲାଇନ୍ରେ ପିଲାଙ୍କୁ ପାଠ ପଢାଯାଉଛି। ଅନଲାଇନ୍ରେ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିବା ସମ୍ଭବ ହେଉନାହିଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମାଇବା ନେଇ ନିଷ୍ପତ୍ତି ହୋଇଛି। ଏପରି ସ୍ଥିତିରେ ପିଲାଙ୍କ ପାଠପଢା ଠିକ୍ ଭାବେ ହୋଇପାରୁନଥିବାବେଳେ ସିଲବସ୍ ହ୍ରାସ କରାଯାଇଛି। ତେବେ ସ୍କୁଲ ଖୋଲିବା ନିଷ୍ପତ୍ତି ଏଯାଏଁ ହୋଇନି।