ନିପାଣିଆ ଡଙ୍ଗା ବୁଡି ଘଟଣାକୁ ପୂରିଲା ବର୍ଷେ, ଏବେବି ସେହି କାଳରାତିକୁ ଭୁଲିପାରିନାହାଁନ୍ତି ଜଗତସିଂହପୁର ହସିଣାଗାଁ ଲୋକେ

ପାରାଦୀପ: ଆଖିରୁ ଲୁହ ଝରି ଚାଲିଛି। କାନ୍ଦ ବୋବାଳିର ଶବ୍ଦ ଥମୁ ନାହିଁ। କିଏ ପୁଅର ଅଫେରନ୍ତା ବାଟକୁ ଚାହିଁ କାନ୍ଦୁଛି। ଆଉ କିଏ ହରାଇଥିବା ଝିଅକୁ ନେଇ ଝୁରୁଛି। ଜଗତସିଂହପୁର ମଙ୍ଗରାଜପୁର ହସିଣାଗାଁର ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଆଜିକୁ ନିପାଣିଆ ଡଙ୍ଗାବୁଡି ଘଟଣାକୁ ପୁରିଛି ବର୍ଷେ। ପୁରୁଣା କ୍ଷତ ପୁଣି ସତେଜ ହୋଇଛି। ପୁରା ଗାଁରେ ଖେଳିଯାଇଛି ଶୋକର ବାତାବରଣ।

ନୂଆ ବର୍ଷରେ ହସିଣା ଗାଁରୁ ଡଙ୍ଗା ଯୋଗେ, ପିଲାଛୁଆଙ୍କୁ ଧରି ହୁକିତୋଲା ବାହାରିଥିଲେ କିଛି ପରିବାର। ବଣ ଭୋଜି କଲେ। କିନ୍ତୁ ଫେରିବା ବାଟରେ ନିପାଣିଆ ନଇରେ ଓଲଟିଗଲା ଡଙ୍ଗା। ସ୍ଥାନୀୟ ଅଂଚଳର ଦୁଇ ଭଉଣୀ, ପୂର୍ଣ୍ଣିମା ଓ ସବିତା ଗିରି ସାହସ ଦେଖାଇ ବହୁ ଜଣଙ୍କୁ ଉଦ୍ଧାର କଲେ। କିନ୍ତୁ ଦୁର୍ଘଟଣାରେ ଚାଲିଗଲା ୧୦ଟି ଜୀବନ। ଡଙ୍ଗା ବୁଡି ଘଟଣାକୁ ବର୍ଷେ ପୁରିଛି। ଗାଁରେ ସ୍ମୃତି ସ୍ତମ୍ଭ ହୋଇ ଠିଆ ହୋଇଛି ୧୦ ଜଣଙ୍କ ପରିଚୟ। କିନ୍ତୁ ସେହି ଦୁଃଖଦ ସ୍ମୃତିରୁ କେହି କିଛି ଶିଖୁ ନାହାନ୍ତି। ସୁଧୁରୁନି ସ୍ଥିତି। ଆଜି ବି ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗା ଯାତ୍ରା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.