ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍ ପଜିଟିଭ୍
ଭୁବନେଶ୍ବର(କେନ୍ଯୁଜ୍): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଅଳ୍ପ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କୋଭିଡ୍ ଗାଇଡଲାଇନ୍ର ସମସ୍ତ ପ୍ରୋଟୋକଲ ମାନିବାକୁ ଓ ସତର୍କ ରହିବାକୁ ନିରଞ୍ଜନ ପଟ୍ଟନାୟକ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ଅନ୍ଯପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ଯ କାମନା କଲେ ମୁଖ୍ଯମନ୍ତ୍ରୀ।