ଆଗାମୀ ନିର୍ବାଚନରେ କଂଗ୍ରେସର ମେଣ୍ଟ ନେଇ ସ୍ପଷ୍ଟ କଲେ ପିସିସି ସଭାପତି, କହିଲେ ମେଣ୍ଟ ହେବ

ଭୁବନେଶ୍ବର(କେନ୍ୟୁଜ୍) : ଆଗାମୀ ନିର୍ବାଚନରେ କଂଗ୍ରେସର ମେଣ୍ଟ ନେଇ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସିପିଆଇର ସାଧାରଣ ସଂପାଦକ ଡି ରାଜାଙ୍କ ସହ ଆଲୋଚନା ସରିଛି। ତେବେ ଆସନ ବୁଝାମଣା ସ୍ଥିର ହୋଇନାହିଁ। ଏନେଇ ଜାତୀୟସ୍ତରରେ କିମ୍ବା ରାଜ୍ୟସ୍ତରରେ ନେତାଙ୍କ ସହ ଆଲୋଚନା ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ନିରଞ୍ଜନ। ଟିକେଟ ବଣ୍ଟନ ପ୍ରସଙ୍ଗରେ ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସ୍କ୍ରିନିଂ କମିଟିର ସଂପୂର୍ଣ୍ଣ ଆଲୋଚନା ଶେଷ ହୋଇନାହିଁ। ପ୍ରକ୍ରିୟା ଶେଷ ହେବା ପରେ ଟିକେଟ ବଣ୍ଟନ ନେଇ ଘୋଷଣା କରାଯିବ।

rahul gandhiସେପଟେ ଆଗାମୀ ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ ବୋଲି ପିସିସି ସଭାପତି କହିଛନ୍ତି। ତେବେ ପୂର୍ବରୁ ଓଡ଼ିଶାରେ ୨ଟି ସଭା ହେବ ବୋଲି କୁହାଯାଇଥିବା ବେଳେ ବର୍ତ୍ତମାନ ଗୋଟିଏ ଜାଗାରେ ସଭା ହେବ ବୋଲି କହିଛନ୍ତି। ଜୟପୁର କିମ୍ବା ବରଗଡ଼ରେ ହେବ ରାହୁଲଙ୍କ ସମାବେଶ । ପୂର୍ବରୁ ଫେବ୍ରୁଆରି ୨୭ତାରିଖରେ ରାହୁଲ ଓଡ଼ିଶା ଆସିବେ ବୋଲି କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.