୧୫ ଲୋକସଭା ଓ ୧୦୫ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇଛି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍) : ୧୦୫ ବିଧାନସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି କଂଗ୍ରେସ। ୧୫ ଲୋକସଭା ଓ ୧୦୫ ବିଧାନସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଛି। ବାମପନ୍ଥୀମାନଙ୍କୁ ୩ ଲୋକସଭା ଆସନ ଦିଆଯିବ। ଅଧିକ ମହିଳାଙ୍କୁ ସୁଯୋଗ ଦେବାକୁ AICCର ନିର୍ଦ୍ଦେଶ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆସିକା, ବାରିପଦା ଓ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ଆଲୋଚନା ଜାରି ରହିଛି। ବଳକା ଆସନଗୁଡ଼ିକର ନାଁ ସ୍କ୍ରିନିଂ କମିଟି ବୈଠକରେ ଚୂଡ଼ାନ୍ତ ହେବ। ଆସନ୍ତା ୧୬ ତାରିଖରେ ପୁଣି ଥରେ ସ୍କ୍ରିନିଂ କମିଟି ବୈଠକ ବସିବ। ବୈଠକ ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.