ନବୀନଙ୍କୁ ଟାର୍ଗେଟ୍‌ କଲେ ନିରଞ୍ଜନ : କହିଲେ, ବିଜେପି-ବିଜେଡି ମଧ୍ୟରେ ନିବିଡ଼ ସଂପର୍କ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ବିଜେଡିକୁ ଭୋଟ୍ ଦେବା ଯାହା ବିଜେପିକୁ ଭୋଟ୍ ଦେବା ସେୟା । ପିସିସି ସଭାପତି, ନିରଞ୍ଜନ ପଟ୍ଟନାୟକ ଏହା କହି ବିଜେଡି ଓ ନବୀନଙ୍କୁ ସିଧା ଟାର୍ଗେଟ୍ କରୁଛନ୍ତି । କିନ୍ତୁ ପରୋକ୍ଷରେ ସେ ଆଣ୍ଟି ବିଜେପି ଭୋଟ୍କୁ କଂଗ୍ରେସ ଆଡକୁ ଆକୃଷ୍ଟ ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।

କୋଲକାତାରେ ବିଜେପି ବିରୋଧୀ ଦଳ ଏକାଠି ହେଲେ। ନଥିଲା ବିଜେଡି। ଯାହାକୁ ନେଇ କଂଗ୍ରେସ ବିଜେଡି ଓ ନବୀନଙ୍କୁ ଟାର୍ଗେଟ୍ କରିଛି। ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ବିଜେଡି ସୁପ୍ରିମୋ ନବୀନ ଓ ବିଜେପି ମଧ୍ୟରେ ଥିବା ନିବିଡ଼ ସଂପର୍କକୁ ସୂଚାଉଛି। ଓଡ଼ିଶାରେ ବିଜେପିକୁ ଭୋଟ୍ ଦେବା ଯାହା ବିଜେଡିକୁ ଭୋଟ ଦେବା ସେୟା।
ସେପଟେ ବିଜେଡିର ଜବାବ, ଦଳ ଆଗରୁ ହିଁ ସ୍ପଷ୍ଟ କରି ସାରିଛି। ମହାମେଣ୍ଟରେ ଅଂଶ ହେବ ନାହିଁ ବିଜେଡି। କଂଗ୍ରସ ଓ ବିଜେପିଠାରୁ ଦଳ ସମଦୂରତା ନୀତିରେ ରହିଛି।

ରାଜ୍ୟରେ ପ୍ରଶ୍ନ ଉଠେ ଆଣ୍ଟି ବିଜେଡି ଶକ୍ତି କିଏ? କଂଗ୍ରେସ ନା ବିଜେପି। କଂଗ୍ରେସ ଏହାକୁ ଭିନ୍ନ ମୋଡ଼ ଦେବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି। ବିଜେଡିକୁ ଭୋଟ ଦେବା ଅର୍ଥ ବିଜେପିକୁ ଭୋଟ୍ ଦେବା କହି, ଆଣ୍ଟି ବିଜେପି ଭୋଟ୍ ନିଜ ଆଡକୁ ଆଣିବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କଂଗ୍ରେସର ଏ ଗେମ୍ ପ୍ଲାନ କେତେ ସଫଳ ହେବ ତାହା ଉପରେ ମଧ୍ୟ ପ୍ରଶ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.