ଭଦ୍ରକ : ଆରଡ଼ିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭଦ୍ରକ : ଆରଡ଼ିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା । ଭଦ୍ରକ ଚାନ୍ଦବାଲି ଗସ୍ତରେ ଆସିଥିବା ନିରଞ୍ଜନଙ୍କୁ ଚାନ୍ଦବଲି ବ୍ଲକ୍‌ କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କ ସହ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ମଧ୍ୟ ଥିଲେ । ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଆରଡ଼ି ପୀଠକୁ ନିଆଯାଇଥିଲା । ସେଠାରେ ସେ ପ୍ରଭୁ ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପୀଠର ଯେଭଳି ବିକାଶ ହେବା କଥା ସେଭଳି ହୋଇନାହିଁ ବୋଲି ନିରଞ୍ଜନ କହିଛନ୍ତି । ଏହାର ବିକାଶ ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ପିସିସି ସଭାପତି କହିଛନ୍ତି ।

Leave A Reply

Your email address will not be published.