ଓଡ଼ିଶାରେ ଉଦୟ ହେବ କଂଗ୍ରେସ, ଚିନ୍ତନ ଶିବିରରୁ ଫେରିବା ପରେ ସୂଚନା ଦେଲେ ନିରଞ୍ଜନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଚିନ୍ତନ ଶିବିରରେ ଯୋଗଦେଇ ଭୁବନେଶ୍ୱର ଫେରିଲେ ନିରଞ୍ଜନ ପଟ୍ଟନାୟକ।  ରାଜ୍ୟସ୍ଥାନର ଉଦୟପୁରରେ ୩ ଦିନ ଧରି ଚାଲିଥିବା ଚିନ୍ତନ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ମୁଖ୍ୟତଃ ସାଙ୍ଗଠନିକ,ରାଜନୈତିକ ପ୍ରସଙ୍ଗ,ଆର୍ଥିକ ବ୍ୟବସ୍ଥା, କୃଷି ଓ କୃଷକ, ବେରୋଜଗାରୀ ପ୍ରସଙ୍ଗ, ସାମାଜିକ ନ୍ୟାୟ ସମ୍ପର୍କରେ ଆଲୋଚନା ହୋଇଛି। କଂଗ୍ରେସ ଦଳକୁ ନବୀକରଣ କରାଯିବ ଉପରେ ମଧ୍ୟ୍ୟ ନିଷ୍ପତ୍ତି ହୋଇଛି.। ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର ୨ ତାରିଖ ଦିନଠୁ ଭାରତ ଯୋଡ଼ା କାଯ୍ୟକ୍ରମ ଆରମ୍ଭ ହେବା।

ଭାରତ ଦେଶକୁ ଭାଙ୍ଗିଵା ପାଇଁ ବିଜେପି ଦଳ ଯେଉଁଭଳି ଭାବରେ ଚେଷ୍ଟା କରୁଛି ତା ବିରୋଧରେ ଏହି ଭାରତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହେବ। ତାସହ ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଓ ୫ ବର୍ଷ ଦଳରେ କାର୍ଯ୍ୟକରିଥିବା  ନେତାଙ୍କୁ ଟିକେଟ ଦେବା କଥା ଆଲୋଚନା ହୋଇଛି। ୫୦ ବର୍ଷ ବୟସ ଭିତରେ ଥିବା ଯୁବବର୍ଗର ନେତା ମାନଙ୍କୁ ମଧ୍ୟ ଆଗକୁ ଆସିବାର ସୁଯୋଗ ଦିଆଯିବ। ୫୦ ଭାଗ ଯୁବ ନେତାଙ୍କୁ ୫୦ ଭାଗ ସ୍ଥାନ ସଂରକ୍ଷଣର ନିଷ୍ପତି ହୋଇଛି।

ସେହିଭଳି ମହିଳା ମାନଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯିବା। ସେପ୍ଟେମ୍ବର ମାସ ସୁଦ୍ଧା ଆଇସିସିର ବହୁ ପଦପଦବିରେ ପରିବର୍ତ୍ତନ ହେବ। CWCରେ ନିରଞ୍ଜନକୁ ପଦ ମିଳିବା ପ୍ରଶ୍ନରେ ନିରଞ୍ଜନ କହିଛନ୍ତି ସେ ସମ୍ପର୍କରେ ସେଭଳି କିଛି ଆଲୋଚନା ହୋଇନି। ଓଡ଼ିଶାରେ ଉଦୟ ହେବ କଂଗ୍ରେସ। ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଷ୍ଟାର ପ୍ରଚାରକା ତାଲିକା ବାହାରି ସାରିଛି। ବାହାରୁ ଅନ୍ୟ କିଏ କିଏ ଆସିବେ ସେ ସମ୍ପର୍କରେ ଆଲୋଚନା ହୋଇନି। ମୁଁ ମଧ୍ୟ ଉପନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.