ନିର୍ଭୟା ଗଣଦୁଷ୍କର୍ମ ମାମଲା ଆଜି ଆସିବ ରିଭ୍ୟୁ ପିଟିସନର ରାୟ

supreme courtନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର୍ ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଅପରାହ୍ନରେ ୩ ଜଣଙ୍କ ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର ରାୟ ଶୁଣାଇବେ। ବିନୋଦ ଶର୍ମା, ପଓ୍ଵନ ଗୁପ୍ତା, ମୁକେଶ ସିଂହଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ତେବେ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ଠାକୁର ଏ ପର୍ୟ୍ୟନ୍ତ ରିଭ୍ୟୁ ପିଟିସନ ଦାଖଲ କରିନଥିବା ଯଣାପଡିଛି।

ଗତ ମଇରେ ଉଭୟ ପକ୍ଷରୁ ମାମଲାର ଶୁଣାଣୀ ହୋଇଥିଲା। ଦୋଷୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲଙ୍କ ଯୁକ୍ତି ଯେ, ନିର୍ଭୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରି ନ ପାରି ପୋଲିସ ନୀରିହଙ୍କୁ ଦୋଷୀ ସଜାଇଛି। ସେହିପରି ପୂର୍ବରୁ କୌଣସି ଅପରାଧରେ ସାମିଲ ନଥିବାରୁ ଏମାନଙ୍କୁ ମୃତ୍ୟୁଦଣ୍ଡ ଦେବା ଅନୁଚିତ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି। ପୂର୍ବରୁ ସମସ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫୀଶୀ ଦଣ୍ଡାଦେଶ ଦେଇଥିଲେ। ସେହିପରି ୨୦୧୭ ମସିହା ମେ ୫ ତାରିଖରେ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିଥିଲେ।

ତେବେ ରାୟର ସମୀକ୍ଷା ପାଇଁ ପୁଣି ୩ ଜଣ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ୨୦୧୨ ମସିହା ଡିସମ୍ବର ୧୬ ତାରିଖରେ ୨୩ ବର୍ଷିୟା ପାରାମେଡିକାଲ ଛାତ୍ରୀ ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଲୀରେ ଏକ ବିସ୍ରେ ଯିବା ବେଳେ ୬ ଜଣ ଚଳନ୍ତା ବସ୍ରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲ । ଡିସେମ୍ବର ୨୯ ତରାଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.