ସବୁଠି ଦଶଭୁଜା ଦୁର୍ଗା ପୂଜା ପାଉଥିବା ବେଳେ ଏଠି କିନ୍ତୁ ମା’ ଙ୍କର ରହିଛି ୨୦ଟି ହାତ

ମାହାଙ୍ଗା (କେନ୍ୟୁଜ): ମାହାଙ୍ଗା (କେନ୍ୟୁଜ): ମଣ୍ଡପରେ ମହାମାୟୀଙ୍କ ନବମୀ ପୂଜା, ସେହିପରି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନିଶ୍ଚିତକୋଇଲିରେ ଦେଖିବାକୁ ମିଳିଛି ମାଆ ବିଂଶଭୂଜାଙ୍କ ପୂଜା । ବହୁ ବର୍ଷ ଧରି ଏଠାରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ଯନ୍ତ ନୀତିକାନ୍ତ ଅନୁସାରେ ମାଆ ବିଂଶଭୂଜାଙ୍କ ପୂଜା ହୋଇ ଆସୁଛି। ଆଜି ମଧ୍ୟ ବିଂଶଭୂଜାଙ୍କ ପୀଠରେ ନବମୀ ପୂଜା ବେଶ ଧୁମଧାମରେ ପାଳିତ ହୋଉଛି । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଛି।

ପବିତ୍ର ବିଲ୍ଵବରଣି ଠାରୁ ମା ବିଂଶଭୂଜାଙ୍କ ଆବାହନ କରାଯାଇ ପୂଜାକାର୍ଯ୍ୟ ଯଥା ରୀତିନୀତି ଅନୁସାରେ ଚାଲୁଅଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁ ଦେବୀ ପୀଠରେ ଦଶଭୁଜା, ଅଷ୍ଟଭୂଜା ପୂଜା ପାଉଥିବା ବେଳେ ଏଠାରେ କିନ୍ତୁ ମା’ ଙ୍କର ରହିଛି ୨୦ଟି ହାତ । ଯାହାକୁ ବିଂଶଭୂଜା ବୋଲି କୁହାଯାଏ l ଏଠାରେ ମା ୨୦ଟି ହାତରେ ବିଭିନ୍ନ ପ୍ରକାରର ଅସ୍ତ୍ର ଧରିଥାନ୍ତି । ମା’ଙ୍କର ଏହି ବିଶେଷ ରୁପକୁ ଦେଖିବାକୁ କଟକ ଜିଲ୍ଲା ସମେତ ଆଖପାଖ ଜିଲ୍ଲା ମାନଙ୍କର ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ପୂଜା କରିବା ସହ ମାନସିକ କରିଥାନ୍ତି । ଭକ୍ତ ମାନେ ବିଶ୍ୱାସ କରନ୍ତି ଯେ ଏହି ଦିନ ମାଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ପରିତାପର ବିଷୟ କଟକଣା ପାଇଁ ସୀମିତ ଶ୍ରଦ୍ଧାଳୁଙ୍କ ଭିତରେ ନିରାଡମ୍ବର ଭାବେ ମାଙ୍କ ପୂଜାର୍ଚ୍ଚନା ଚାଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.