କଟକ(କେନ୍ଯୁଜ୍) : କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଦେଖିବାକୁ ମିଳେ ମାଆ ବିଂଶଭୂଜାଙ୍କ ପୂଜା । ଦୀର୍ଘ ୧୫୦ ବର୍ଷରୁ ଅଧିକ ହେବ ଏଠାରେ ନୀତିକାନ୍ତ ଅନୁସାରେ ମାଆ ବିଂଶଭୂଜାଙ୍କ ପୂଜା ହୋଇ ଆସୁଛି । ବିଂଶଭୂଜାଙ୍କ ପାଖରେ ଅନେକ ମାନସିକଧାରୀ ମାନେ ଶାଢୀ, ଶଙ୍ଖା, ବାଣ, ଘଣ୍ଟ ଆଦି ଦାନ କରିଥାନ୍ତି । ଷଷ୍ଠୀଠାରୁ ଦଶମୀ ପର୍ଯ୍ଯନ୍ତ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।