କିଟ୍ କ୍ୟାମ୍ପସ ବୁଲି ଦେଖିଲେ ରିଲାଏନ୍‍ସ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ୱାନୀ

ଭୁବନେଶ୍ୱର : କିଟ୍ କ୍ୟାମ୍ପସ ବୁଲି ଦେଖିଲେ ରିଲାଏନ୍‍ସ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ୱାନୀ ।  କିସ ଜଗନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଳତି କଲେ ନୀତା ଅମ୍ବାନୀ ।  କିଟର ବିଭିନ୍ନ କ୍ୟାମ୍ପସ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଛାତ୍ରଛାତ୍ରୀଙ୍କ ସହ ମିଶି କିଟ୍ କ୍ୟାଂପସ ମିନି ଇଣ୍ଡିଆର ଭ୍ରମ ସୃଷ୍ଟି କରୁଛି ବୋଲି ନୀତା ଅମ୍ୱାନୀ କହିଥିଲେ। ପ୍ରଥମେ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ। ପରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ପିଲାମାନଙ୍କ ସହ ମିଶି ବହୁତ ଖୁସି ହୋଇଥିଲେ । ପିଲାଙ୍କ ତରଫରୁ ନୀତା ଅମ୍ୱାନୀଙ୍କୁ ଫଟୋଚିତ୍ର ଭେଟି ଦିଆଯାଇଥିଲା । ଏକ ଛୋଟ ପିଲାଙ୍କୁ କୋଳରେ ଧରି ଭାବ ବିହ୍ୱଳ ହୋଇପଡିଥିଲେ ନୀତା ଅମ୍ୱାନୀ।  କିସ୍ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ନାଚିବା ଦେଖିବାକୁ ମିଳିଥିଲା ।