ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ସିଇଓ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି ନୀତି ଆୟୋଗ ସିଇଓ ବିଭିଆର ସୁବ୍ରମନ୍ୟମ । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ତଥ୍ୟ ପ୍ରସ୍ତୁତି ନେଇ ଓଡ଼ିଶା ସରକାରଙ୍କୁ ସହଯୋଗ କରିବ ନୀତି ଆୟୋଗ । ଏହା ସହ ୨୦୪୭ ସୁଦ୍ଧା ରାଜ୍ୟ ପାଇଁ ବିକାଶ ସଂପର୍କିତ ତଥ୍ୟାବଳୀ ପ୍ରସ୍ତୁତ ହେବ । ବିକଶିତ ଓଡିଶା ପାଇଁ ରଣନୀତି ନେଇ ନୀତି ଆୟୋଗ ସିଇଓ ବିସ୍ତୁୃତ ଭାବେ ଆଲୋଚନା କରିଛନ୍ତି ।
ବିକାଶ ପାଇଁ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅପାର ସମ୍ଭାବନା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ଓ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବାକୁ ବିଭିନ୍ନ କ୍ଷେତ୍ରର କ୍ଷମତାକୁ ସାକାର କରିବାର ଆବଶ୍ୟକତା ରହିଛି । ଭାରତର ବିକାଶରେ ଓଡ଼ିଶା ମହତ୍ତ୍ବପୂର୍ଣ୍ଣ ସହଯୋଗ କରିବାକୁ ଇଚ୍ଛୁକ ।
୨୦୪୭ ସୁଦ୍ଧା ଭାରତ ବିକାଶର ଇଞ୍ଜିନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ମସିହା ସୁଦ୍ଧା ୫ଶହ ବିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖିଛି । ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାରର ଅର୍ଥନୀତି ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବ ।