ଓଡ଼ିଶା କୃଷି ଅଭିବୃଦ୍ଧିକୁ ନିତି ଆୟୋଗର ପ୍ରଶଂସା । ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ବଡ଼ ଅଭିବୃଦ୍ଧି ହୋଇଛି । ଦେଶର ଉତ୍ପାଦନଠୁ ୨ ଗୁଣା ଅଧିକ ହୋଇଛି କୃଷି ଉତ୍ପାଦନ। ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀରେ ନିତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।
ରାଜ୍ୟର ପଶୁଧନ ଅଭିବୃଦ୍ଧି ହାର ଦେଶର ଅଭିବୃଦ୍ଧି ହାରର ୩୩ ପ୍ରତିଶତ ବୋଲି ରମେଶ ଚାନ୍ଦ କହିଛନ୍ତି । ଯାହା ଦେଶର ଅଭିବୃଦ୍ଧିଠୁ କମ ରହିଛି । ଓଡ଼ିଶାରେ ଇଣ୍ଟରନ୍ୟାସନାଲ ଫାର୍ମ ସ୍କୁଲ ପ୍ରତିଷ୍ଠା ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷା ସୌମ୍ୟା ସ୍ବାମୀନାଥନ ପ୍ରସ୍ତାବ ଦେଇଛନ୍ତି ।