ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ, ପୂଜା ଚାଲିଛି କିନ୍ତୁ ନୀତି ବନ୍ଦ

ଭୁବନେଶ୍ୱର : ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ପୂଜା ଚାଲିଛି କିନ୍ତୁ ନୀତି ବନ୍ଦ । ବାବା ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ହୋଇନାହିଁ ।  ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ପୂଜାପଣ୍ଡା। ଅଧିବାସ ପୂଜା ନୀତି କରାଇନଦେବାରୁ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବା ଦିନରୁ ଅଧିବାସ ପୂଜା ଚାଲିଛି କିନ୍ତୁ ବଡୁ ସେବାୟତ କହୁଛନ୍ତି ଏଭଳି କୌଣସି ବିଧି ନାହିଁ ।

୨୦୧୦ରୁ ଅଫିସିଆଲ୍ ସାଇଟରେ ମଧ୍ୟ ପୂଜାର ନୀତି ବାବଦରେ ଲେଖା ରହିଛି। କିନ୍ତୁ ବଡୁ ସେବାୟତ ଅଯଥା ଯୁକ୍ତି କରି ନୀତି ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ପୂଜାପଣ୍ଡା। ପୂର୍ବରୁ ପଇତା ଲାଗି ନୀତିକୁ ନେଇ ଥାନାରେ ମାମଲା ଚାଲିଥିବା ବେଳେ ପୁନର୍ବାର ଆଉ ଏକ ସମସ୍ୟା ଦେଖାଦେଇଛି । ତେବେ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ଏକ ସ୍ବତନ୍ତ୍ର ଆକ୍ଟ ରେ ନୀତି କାନ୍ତିର ସମ୍ପୁର୍ଣ୍ଣ ଲେଖା ରହିବା ଆବଶ୍ୟକ ବୋଲି କହିଛନ୍ତି ପୂଜାପଣ୍ଡା ।