ଆଜି ପୁରୀରେ ବସିବ ନୀତି ସବ କମିଟି ଓ ଛତିଶା ନିଯୋଗ ବୈଠକ

ପୁରୀ : ଆଜି ପୁରୀରେ ବସିବ ନୀତି ସବ କମିଟି ଓ ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସ ପରିସରରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅପରାହ୍ଣ ୪ଟାରେ ନୀତି ସବ କମିଟି ଓ ଛତିଶା ନିଯୋଗର ଯୁଗ୍ମ ବୈଠକ ବସିବ । ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ହେବ ।
ଏଥିସହିତ ରଥଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ତାହାକୁ ଅନୁମୋଦନ କରାଯିବ । ଚଳିତ ବର୍ଷ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ନୀତିକାନ୍ତିକୁ ଠିକ ସମୟରେ ସମର୍ଣ୍ଣ କରିବା ଉପରେ ଆଲୋଚନା କରାଯିବ । ସେହିପରି ରଥଯାତ୍ରା ଓ ବାହୁଡା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯିବ ।
ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ମାନେ କାମ କରିବେ । ନିୟମାବଳୀରେ ଯେପରି କୌଣସି ଉଲଂଘନ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯିବ । ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ଛତିଶା ନିଯୋଗର କମକର୍ତ୍ତା ପ୍ରମୁଖ ଯୋଗ ଦେବେ । ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସି ନୀତି ସବ କମିଟି ଓ ଛତିଶା ନିଯୋଗର ନୀର୍ଘଣ୍ଟ ନୀତି ଓ ବ୍ୟବସ୍ଥାବଳୀ ଉପରେ ମୋହର ବାଜିବ ।